ଝଡ ତୋଫାନ ସହ ତୁହା କୁ ତୁହା ବର୍ଷା, ପବନର ସୁ ସୁ ଗର୍ଜନ ସାଙ୍ଗକୁ ଚାରିଆଡେ ଘନ ଅନ୍ଧାର। ତଥାପି ଖାତିର କରି ନାହାନ୍ତି ଆମ ଓଡ୍ରାଫ ଟିମ। ବାତ୍ୟା “ଦାନା”ର ପ୍ରକୋପ ସମୟରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିଲେ। ବିପଦ ସମୟରେ ତାଙ୍କର ଏଭଳି ମହତ କାର୍ଯ୍ୟ ସଦା ସର୍ବଦା ପ୍ରଶଂସନୀୟ।